ପକ୍ଷୀଙ୍କ ଗୋଡ଼ରେ ଲାଗିବ ଟ୍ରାନ୍ସମିଟର
By: Samaya Live News
ଭୁବନେଶ୍ବର: ଶୀତଋତୁରେ ଦେଶ ବିଦେଶରୁ ଚିଲିକାକୁ ପକ୍ଷୀ ଆସିଥାନ୍ତା। ପ୍ରତିବର୍ଷ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥାଏ। ଚଳିତ ବର୍ଷ ଚିଲିକାକୁ ଆସିଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡ଼ରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି।
ସମ୍ବନ୍ଧିତ ଖବର OCS ବିଜ୍ଞପ୍ତି,ସାମିଲ ହେଲା OAS,ORS
ସେ କହିଲେ, ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡ଼ିବ। ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗା ଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଥିଲା।
ସମ୍ବନ୍ଧିତ ଖବର ମା'ଙ୍କ ମୃତ୍ୟୁ ଶଯ୍ୟାରେ ଟଳି ପଡିଲେ ପୁଅ
Tags:



