କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା
By: Samaya Live News
ଭୁବନେଶ୍ୱର : ରାଜଧାନୀରେ ଉପଖଣ୍ଡ ଉତ୍ତରା ଛକରେ ବିଭତ୍ସ ହତ୍ୟା । ଜଣେ କିନ୍ନରଙ୍କୁ ଛୁରାମାଡ଼ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତ କିନ୍ନରଙ୍କ ନାଁ ବୋଲି ପ୍ରାଥମିକ ସୂଚନାରୁ ଜଣ। ପଡିଛି । ତାଙ୍କ ଘର କଟକ ସାଲେପୁର ଅଞ୍ଚଳରେ ହୋଇଥିବାବେଳେ,ସେ ଜଣେ ଯୋଗ ପ୍ରଶିକ୍ଷକ ହିସାବରେ ଗତ ୨ ଦିନ ପୂର୍ବରୁ ଭୁବନେଶ୍ୱର ଆସିଥିଲେ । ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ପିପିଲି ପୋଲିସ ଓ କମିଶନରେଟ ପୋଲିସ ପହଂଚି ତଦନ୍ତ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ପୋଲିସ ପହଂଚି ମୃତଦେହ ଜବତ କରିବା ସହ ସାଥୀ କିନ୍ନରମାନଙ୍କୁ ପଚାର ଉଚରା କରୁଛି । ଏହି ଘଟଣାରେ ତୁରନ୍ତ ଦୋଷୀକୁ ଧରିବା ଲାଗି ଦାବି କରିଛନ୍ତି କିନ୍ନର ନେତା। ଛୁରା ମାଡ ପରେ ସାଥୀ କିନ୍ନରଙ୍କୁ ସେ କଲ କରିଥିଲା ବୋଲି ଜଣାଯାଇଛି ।
ସମ୍ବନ୍ଧିତ ଖବର ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ
Tags:



