ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଟ୍ରକ କୁ ପିଟିଲା ଟ୍ରଲର
ଭୁବନେଶ୍ବର : ଖଣ୍ଡଗିରି ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ପଛକୁ ଧକ୍କା ହେଲା ଟ୍ରଲର । ମାଲ ବୋଝେଇ ଟ୍ରକଟି ଖୋର୍ଦ୍ଧା ପଟକୁ ଯିବାବେଳେ ପଛପଟୁ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଟ୍ରଲର ଭିତରେ ଭୟଙ୍କର ଭାବରେ ଟ୍ରଲର ଡ୍ରାଇଭର ଚାପିହୋଇ ଯାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ବରମୁଣ୍ଡା ଅଗ୍ନିଶମ ଓ ପୋଲିସର ମିଳିତ ଉଦ୍ୟମରେ ଦୀର୍ଘ ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । କଟରରେ କାଟି ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଟ୍ରଲରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍ ଥିବାରୁ ଗାଡ଼ି ଅଟକି ରହିଛି ।
Tags:




