ମର୍ମନ୍ତୁଦ ସଡକ ଦୁର୍ଘଟଣା,୫ ପୋଲିସ କର୍ମଚାରୀ ମୃତ ୩ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା,୫ ପୋଲିସ କର୍ମଚାରୀ ମୃତ ୩ ଗୁରୁତର
Samaya Live News Picture
Published On

ଝାରସୁଗୁଡା : ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ପୋଲିସ କର୍ମଚାରୀ ମୃତ ୩ ଗୁରୁତର । ଆଜି ଭୋର ସମୟରେ ଝାରସୁଗୁଡା ସଦର ଥାନା ସମ୍ମୁଖରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୋଲିସ ବୋଲେରୋ ମୁହାଁ ମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହ ଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ମୃତକ ପୋଲିସ ୫ଜଣ ହେଲେ କାଶୀରାମ ଭୋଇ, ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା (APR), ଲିଙ୍ଗରାଜ ଧୂରୁଆ (APR ହାବିଲଦାର),  ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ) । ଆହତ ୩ଜଣ ହେଲେ ଦୁବରାଜ ମିରିଗ (APR), ଆକାଶ ନାଏକ (APR), ରାଜୀବ ଭରସାଗର (ସର୍ଜେଣ୍ଟ) । ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ​‌ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ। ସେ ତାଙ୍କ ଟ୍ବିଟରରେ ହ୍ୟାଣ୍ତଲେ​‌ରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୋଲିସ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

Tags: