ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ପୋଲିସ
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ଇନ୍ସପେକ୍ଟର । ହାଇୱା ମାଲିକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଧରାପଡ଼ିଲେ ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର । ହାଇୱା ର ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଲା ରାଉରକେଲା ଭିଜିଲାନ୍ସ ।
ସୂଚନାନୁଯାୟୀ, ୧୦ ନମ୍ବର ରାଜ୍ୟ ରାଜପଥର ବଡ଼ଗାଁ ଥାନା ଗରିଆମାଲ ଛକ ନିକଟରେ ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ସୁନ୍ଦରଗଡ଼ ବଡ଼ଗାଁ ନିକଟରେ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକି ବେଳେ ପୂର୍ବ ଯୋଜନା ମୁତାବକ ରାଉରକେଲା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ତାଙ୍କ ଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ ହୋଇଥିଲା । ଧରାପଡ଼ିବା ପରେ ମୁକେଶଙ୍କ କାର୍ଯ୍ୟାଳୟ ଏବଂ ସୁନ୍ଦରଗଡ଼ ଜ୍ୟୋତି ନଗର ସ୍ଥିତ ବାସଭବନରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍ ।
Tags:




