ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍

ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍
Samaya Live News Picture
Published On

ଭୁବନେଶ୍ୱର : ଧଉଳିରେ ଅଘଟଣ । ପାହାଡ଼ ଉପରୁ ଓହ୍ଲାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ଟୁରିଷ୍ଟ ବସ । ବସ୍ ଭିତରେ ଫସି ରହିଛନ୍ତି ଯାତ୍ରୀ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ଧଉଳି ବୁଲିବାକୁ ଆସିଥିଲା ଏକ ଟୁରିଷ୍ଟ ବସ୍ । ଗାଡ଼ି ଷ୍ଟାର୍ଟ ବନ୍ଦ କରାଯାଇ ନ୍ୟୁଟ୍ରାଲରେ ଥୁଆ ଯାଇଥିଲେ । ଏହି ସମୟରେ ହଠାତ୍ ଗାଡ଼ିଟି ଗଡ଼ିଯାଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଏହି ସମୟରେ ବସ ଭିତରେ ଯାତ୍ରୀମାନେ ଫସି ରହିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ ।

ସେପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ବ୍ୟବସ୍ଥା କରୁଛି ପୋଲିସ ।

Tags: