ଆସନ୍ତା କଲି ମିଳିବ ସୁଭଦ୍ରା ଟଙ୍କା
By: Samaya Live News
ଭୁବନେଶ୍ୱର : ଆସନ୍ତା କାଲି ମାର୍ଚ୍ଚ ୮ ତାରିଖ । ବିଶ୍ୱ ମହିଳା ଦିବସ ଅବସରରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା । ୫ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ପ୍ରାୟ କୋଟିଏ ୨ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଟଙ୍କା ପାଇବେ । ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ । ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା । ଯେଉଁମାନଙ୍କୁ ୨୧ ହେବ ଯୋଜନାରେ ସାମିଲ୍ ହୋଇପାରିବେ ଏବଂ ୬୦ ଟପିଲେ ପେନସନ୍ ଲିଷ୍ଟକୁ ଯିବେ' । ପୁରୀର ତାଳବଣିଆ ଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ସମ୍ବନ୍ଧିତ ଖବର ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ
ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ
Tags:



