ପାଇଖାନା ଟାଙ୍କି ଭୁଶୁଡି ୨ ମୃତ

ପାଇଖାନା ଟାଙ୍କି ଭୁଶୁଡି ୨ ମୃତ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ଼ ଥାନା ଅଧୀନ ବିଜେବି ନଗରରେ ବଡ଼ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡି ୨ ଶ୍ରମିକଙ୍କ ମୃତ୍ୟୁ । ମୃତକଙ୍କ ପରିଚୟ ମିଳିନଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ମୟୁରଭଞ୍ଜ ଜିଲ୍ଲାରୁ ଥିବାବେଳେ ଅନ୍ୟଜଣେ ପଶ୍ଚିମବଙ୍ଗରୁ ଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି । 

ସୂଚନାନୁସାରେ, ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । 

 

Tags: