ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ୪୫୩ ସଂକ୍ରମିତ ଏବଂ ୩ ମୃତ
ଭୁବନେଶ୍ୱର: ଅକ୍ଟୋବର ୦୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮,୨୨୩ ସ୍ୱାବ ଟେଷ୍ଟ ମଧ୍ୟରୁ ୪୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୬୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୮ ହଜାର ୮୧୯ ଜଣ କରୋନାରେ ଆକ୍ରାନ୍ତ […]
ଭୁବନେଶ୍ୱର: ଅକ୍ଟୋବର ୦୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮,୨୨୩ ସ୍ୱାବ ଟେଷ୍ଟ ମଧ୍ୟରୁ ୪୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୬୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୮ ହଜାର ୮୧୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୫୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୫ ହଜାର ୬୦୮ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ୨୪ ଘଣ୍ଟାରେ ରାଜ୍ୟରେ ୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୨୨୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪, ୯୩୫ ରହିଛି ।
Covid-19 Report For 4th October
New Positive Cases: 453
Of which 0-18 years: 53
In quarantine: 265
Local contacts: 188(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 17
3. Bargarh: 1
4. Bhadrak: 4— I & PR Department, Odisha (@IPR_Odisha) October 5, 2021
22. Sambalpur: 18
23. Sundargarh: 6
24. State Pool: 45New recoveries: 590
Cumulative tested: 20295168
Positive: 1028819
Recovered: 1015608
Active cases: 4935— I & PR Department, Odisha (@IPR_Odisha) October 5, 2021




