ଆଜି ରଥକାଠ ଚିରଟର ଶୁଭ ଅନୁକୂଳ ହେବ

ଜୁଲାଇ ୧୬ରେ ରଥଯାତ୍ରା

ଆଜି ରଥକାଠ ଚିରଟର ଶୁଭ ଅନୁକୂଳ ହେବ
Samaya Live News Picture
Published On

ପୁରୀ: ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ।  ଜୁଲାଇ ୧୬ରେ ରଥଯାତ୍ରା  ତାରିଖରେ ରଥଯାତ୍ରା ଥିବା ବେଳେ କଟକ ଖପୁରିଆ କରତକଳରେ ରଥ କାଠ ଚିରଟ ହେବ ।ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚିରଟ ପ୍ରକ୍ରିୟା ଅନୁକୂଳ କରିବେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ତିନି ରଥର ମୁଖ୍ୟ ମହାରଣା, ଅମିନ, ଭୋଇ ସର୍ଦାର ଉପସ୍ଥିତ ରହିବେ। ତିନିଟି ଧଉରା କାଠକୁ ଚିରଟ କରାଯିବ। ଆସନ୍ତା ଏପ୍ରିଲ ୨୦ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବା ପରମ୍ପରା ରହିଛି ।

Tags: