'ସୁଭଦ୍ରା' ନୂତନ ପଞ୍ଜିକରଣ ପାଇଁ ଆଜି ଶେଷ ତାରିଖ
ଭୁବନେଶ୍ୱର : ଆଜି ଶେଷ ହେଉଛି ସୁଭଦ୍ରା ନୂତନ ପଞ୍ଜିକରଣ ତାରିଖ । ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏବେ ଶେଷ ହେଉଛି। ଯେଉଁମାନେ କୌଣସି କାରଣରୁ ଆବେଦନ କରି ନାହାନ୍ତି, ସେମାନେ ଆଜି ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ।
ସୁଭଦ୍ରା ହିତାଧିକାରୀଙ୍କ ନିୟମ ଅନୁଯାୟୀ ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ। ସାଧାରଣ ସେବା କେନ୍ଦ୍ର, ଆମ ସେବା କେନ୍ଦ୍ର,ରେ ନୂତନ ପଞ୍ଜିକରଣ କରାଯାଇ ପାରିବ। ଏଥିପାଇଁ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ଉପଲବ୍ଧ ହେଉଛି ।
Tags:



