ଆଜି ପବିତ୍ର ମାଘ ସପ୍ତମୀ

ତିନି ଠାକୁରଙ୍କ ମହାସ୍ନାନ ପରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ I ଏହି ଅବସରରେ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି  ।  ଅର୍କକ୍ଷେତ୍ରର ତୀର୍ଥ ପୁଷ୍କରିଣୀରେ ପ୍ରଥମେ ତିନି ଠାକୁରଙ୍କ ମହାସ୍ନାନ ହୋଇଛି । ମନ୍ଦିରରୁ ପାଟପଟୁଆରରେ ଆସିଥିଲେ ତିନି ଠାକୁରଙ୍କ ଚଳନ୍ତି ପ୍ରତିମା । ଚନ୍ଦ୍ରଭାଗା ମହୋଦଧିରେ ଆଳତି ପରେ ତୀର୍ଥ ପୁଷ୍କରିଣୀରେ ମହାସ୍ନାନ ହୋଇଥିଲା । ଏହା ପରେ ଅପେକ୍ଷାରତ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୋରୁ ଅର୍କକ୍ଷେତ୍ରରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ସମ୍ବନ୍ଧିତ ଖବର ସିବିଆଇ ଏଏସଆଇଙ୍କ ବିରୋଧରେ ସିବିଆଇ ର ଅଭିଯୋଗ

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାଙ୍କ ମହାସ୍ନାନ ହୋଇଛି । ଏହା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ। ଶନିବାର ଷଷ୍ଠୀ ରାତି ୯ଟାରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ଅତିରିକ୍ତ ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ରାତି ୩ଟାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ମହାସ୍ନାନ ହୋଇଥିଲା । ପରେ ତୀର୍ଥ ପୁଷ୍କରିଣୀରେ ପୁରୀ ରାଧାବଲ୍ଲଭ ମଠ ପକ୍ଷରୁ ସାଧୁସନ୍ଥମାନେ ୧୦୮ ଦୀପ ଆଳତି କରିଥିଲେ। ବୁଡ଼ ସାରି ବେଳାଭୂମିରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଦର୍ଶନ କରିଥିଲେ। ଗ୍ରହ ଶାନ୍ତି ନିମନ୍ତେ ଚନ୍ଦ୍ରଭାଗାରୁ ୩ କିମି ପାଦରେ ଚାଲି ଚାଲି ଆସି ନବଗ୍ରହଙ୍କ ନିକଟରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତିନି ଠାକୁରଙ୍କ ଦର୍ଶନ ସହିତ ସୂର୍ଯ୍ୟଦେବଙ୍କ ଆଳତି କରିଥିଲେ।

ସମ୍ବନ୍ଧିତ ଖବର କୋଟିଆ ଓଡ଼ିଶାରେ ଥିଲା ରହିବ - ଆଇନମନ୍ତ୍ରୀ

Tags: