ଆଜି ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି

ଆଜି ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ : ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ମହାଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି I ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଦର୍ଶନ କରିଥାନ୍ତି । ଏକାଦଶୀ ନୀତି ପାଇଁ ଆଜି ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ । 

ସମ୍ବନ୍ଧିତ ଖବର ଆଜିଠାରୁ ନୋଡାଲ ସ୍କୁଲକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର

ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରି ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । 

ସମ୍ବନ୍ଧିତ ଖବର ଅର୍ଥନୈତିକ କରିଡରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି l ଗତକାଲି ରାତ୍ର ୧୨ଟା ୩୦ରେ ଦ୍ବାର ଖୋଲା, ୧ ଟା ୧୫ ରେ ମଙ୍ଗଳଆଳତି ଓ ଅବକାଶ, ରାତ୍ର ୧ ଟା ୪୫ ରୁ ୩ ଟା ମଧ୍ୟରେ ସକାଳଧୂପ ଓ ମଧ୍ୟାହ୍ନଧୂପ ପରେ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ ପଙ୍କୋଦ୍ଧାର କରାଯାଇ ମାଘ ସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଦିନ ୧୨ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ବଡ଼ସିଂହାର ବେଶ କରାଯିବ ବୋଲି କହିଛନ୍ତି ସେବାୟତ। ସେପଟେ ପଙ୍କୋଦ୍ଧାର ଏକାଦଶୀ ରେ ୪ହଜାର ଓ ଜାଗର ଯାତ୍ରା ଦିନ ୬ ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହୋଇଛି  ।

ସମ୍ବନ୍ଧିତ ଖବର ବିବାହ ଶୋଭାଯାତ୍ରା ବେଳେ ସମିତି ସଭ୍ୟଙ୍କୁ ଆକ୍ରମଣ,୪ ଆହତ

Tags: