ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା
ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରାମେଶ୍ୱର ମନ୍ଦିରରୁ ଅଣଲେଉଟା ରୁକୁଣା ରଥରେ ବସି ବାହୁଡ଼ିବେ ମହାପ୍ରଭୁ । ଅପରାହ୍ନ ସାଢେ ୨ଟାରେ ଆରମ୍ଭ ହେବ ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥଟଣା । ପାଞ୍ଚଦିନ ଯାତ୍ରା ସାରି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ପ୍ରଭୁ ଦୋଳଗୋବିନ୍ଦ ମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଭୋର ୫ଟାରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ଅଧରପଣା ପୂଜା ହେବ। ଏହାପରେ ଅପରାହ୍ନ ସାଢେ ୨ଟାରେ ରଥଟଣା ହେବ। ବେହେରା ସେବାୟତ ରଥରେ ଅଶ୍ବବାନ୍ଧି ଚାରମାଳ ଖୋଲିବା ପରେ ରଥ ସାରଥି ରଥ ଟାଣିବା ପାଇଁ ନିର୍ଦ୍ଦେଶ ଦେବେ। ରଥ ଗଡ଼ିବା ବାଟରେ ମହାପ୍ରଭୁଙ୍କ ଅଧରପଣା ଭୋଗ ହେବ । ବାହୁଡ଼ା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Tags:




