ଆଜି ୭୭ତମ ସାଧାରଣତନ୍ତ୍ର ଦିବସ,ରାଜଧାନୀରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ସାଧାରଣତନ୍ତ୍ର ଦିବସ ଅବସରରେ ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ

ଆଜି ୭୭ତମ ସାଧାରଣତନ୍ତ୍ର ଦିବସ,ରାଜଧାନୀରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ
Samaya Live News Picture
Published On

ଭୁବନେଶ୍ୱର : ଆଜି ସାରା ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଭବ୍ୟ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ହୋଇଛନ୍ତି । ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, ସିଆରପିଏଫ୍‌, ଓଆଇଏସଏଫ୍‌ ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ  ସହ ୪୫ ବାଳକ, ୩୫ ବାଳିକା ୭ଟି ବୁଲେଟରେ ଶ୍ରୀଶକ୍ତିରୁ 'ଅପରେସନ୍ ସିନ୍ଦୂର' ବାର୍ତ୍ତା ଦେଇଛନ୍ତି ।  

ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି ୧୨ଟି ବିଭାଗର ପ୍ରଜ୍ଞାପନ ମେଢ । ବିଭିନ୍ନ ଜିଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ୍‌ ବି ଅଂଶ ଗ୍ରହଣ କରିଛନ୍ତି । କୌଶଳ ପ୍ରଦର୍ଶନ କରିଛନ୍ତି ଡେୟାର ଡେଭିଲ୍‌ ସହ ସ୍କେଟିଂ ଗ୍ରୁପ୍‌ । ପରେଡ୍ କମାଣ୍ଡର ଆଇପିଏଲ ରାକେଶ କୁମାର ସାହୁ ମୁଖ୍ୟ ଅତିଥିଙ୍କଠାରୁ ଅନୁମତି ଗ୍ରହଣ କରିବା ପରେ ଗାନ୍ଧୀ ମାର୍ଗରେ ୭୭ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍ ଆରମ୍ଭ ହୋଇଥିଲା । ପ୍ରଥମେ ୧୨୦ ଆର୍ମି ବାଟାଲିୟନ ପରେଡ୍ କରିଥିଲେ । ଏହାପରେ ବର୍ଡର ସିକ୍ୟୁରିଟି ଫୋର୍ସ ପ୍ଲାଟୁନ, ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ, ସିଆରପିଏଫ ବ୍ୟାଣ୍ଡ, ସ୍ଟେଟ୍ ଆର୍ମ ଫୋର୍ସ କଣ୍ଟିଜେଣ୍ଟ ପରେଡ୍ ପରିବେଶଷ କରିଥିଲେ । 
​​​​​​​
୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଲୋକସେବା ଭବନ, ବିଧାନସଭା, କମିଶନରେଟ ପୁଲିସ୍  କାର୍ଯ୍ୟାଳୟ ଏବଂ ରେଳ ସଦନ ଭଳି ପ୍ରମୁଖ ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ଝଲସୁଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ତ୍ରିରଙ୍ଗାର ତିନି ରଙ୍ଗରେ ସୁସଜ୍ଜିତ କରାଯାଇଛି । 

ସାଧାରଣତନ୍ତ୍ର ଦିବସ ଅବସରରେ ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପ୍ରଦାନ କରାଯାଇଛି ରାଜ୍ୟପାଳ ପଦକ। ଏମାନଙ୍କ ଭିତରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତି ଶେଖର, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ଓ ପୁରୀ ଏସପି ପ୍ରତୀକ ସିଂ। 

ସେହିପରି ସାହସିକତା ପାଇଁ ୯ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ଦିଆଯାଇଛି ପୋଲିସ ମେଡାଲ୍। ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି।

Tags: