ଆଜି ମହାଳୟା ଅମାବାସ୍ୟା ,ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଉଦ୍ଦ୍ୟେଶରେ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ମହାଳୟା ଅମାବାସ୍ୟା ,ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଉଦ୍ଦ୍ୟେଶରେ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼
Samaya Live News Picture
Published On

ଭୁବନେଶ୍ୱର : ଆଜି ପବିତ୍ର ମହାଳୟା ଅମାବାସ୍ୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରଷମାନେ ମର୍ତ୍ତମଣ୍ତଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷର ଏହି ଶେଷ ଦିନରେ ପିତୃ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରି ବିଭିନ୍ନ ତୀର୍ଥ ପୁଷ୍କରିଣୀ, ନଦୀକୂଳ ତଥା ମହୋଦଧିରେ ଶ୍ରାଦ୍ଧ ଓ ତର୍ପଣ ଦେବାର ସ୍ୱତନ୍ତ୍ର ପରମ୍ପରା ରହିଛି ।

ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ତଦାନ ସହ ତର୍ପଣ କରାଯାଉଥିବାରୁ ପୁରୀ,ଭୁବନେଶ୍ୱରର, ବିନ୍ଦୁସାଗର ଏବଂ ଯାଜପୁର ବିରଜାଦେବୀଙ୍କ ପୀଠ ନାଭିଗୟା ଠାରେ ଭକ୍ତ ଆସି ପିଣ୍ତଦାନ କରିଛନ୍ତି । ବିଶ୍ୱାସ ରହିଛି ଯେ, ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ବ୍ୟକ୍ତିମାନେ ନିଜର ପିତା କିମ୍ବା ପୂର୍ବପୁରୁଷଙ୍କ ମୃତ୍ୟୁତିଥି ସଠିକ୍ ଭାବେ ମନେ ରଖି ନ ଥାନ୍ତି କିମ୍ବା ଏହି ପନ୍ଦର ଦିନ ମଧ୍ୟରେ ନିୟମିତ ଶ୍ରାଦ୍ଧ ଦେଇ ପାରି ନ ଥାନ୍ତି, ସେମାନେ ମହାଳୟା ଅମାବାସ୍ୟା ଦିନ ଏକାଠି ତିଳତର୍ପଣ ଓ ପିଣ୍ଡଦାନ କରିଥାନ୍ତି ।

Tags: