ଆଜି ବ୍ୟବସାୟୀଙ୍କ ନୋ ୟୁପିଆଇ ଡେ '

ୟୁପିଆଇ ମାଧ୍ୟମରେ ହୋଇ ପାରିବ ନାହିଁ କୌଣସି ଟ୍ରାଞ୍ଜାକ୍ସନ

ଆଜି ବ୍ୟବସାୟୀଙ୍କ ନୋ ୟୁପିଆଇ ଡେ '
Samaya Live News Picture
Published On

ଭୁବନେଶ୍ୱର : ଆଜି ଗାନ୍ଧୀ ଜୟନ୍ତୀ । ଏହି ଦିନଟିକୁ ବ୍ୟବସାୟୀ ମାନେ ପାଳନ କରୁଛନ୍ତି  NO QR CODE  ବା NO UPI ଦିବସ । QR CODE କୁ କଳା କପଡା ଘୋଡାଇ ରଖିବା ସହ ବ୍ୟବସାୟୀ ମାନେ ଆଜି ଗୋଟିଏ ଦିନ ପାଇଁ ୟୁପିଆଇ ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି । ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାରଙ୍କ MDR ( ମୋର୍ଚ୍ଚାଣ୍ଟ ଡ଼ିସକାଉଣ୍ଟ ରେଟ ) ଲାଗୁ ପ୍ରତିବାଦରେ ବ୍ୟବସାୟୀମାନେ ୟୁପିଆଇ ପେମେଣ୍ଟ ଗ୍ରହଣ ନ କରିବା ପାଇଁ ସ୍ଥିର କରିଛନ୍ତି । ବିଭିନ୍ନ ବ୍ୟବସାୟୀ ସଂଘ ଓ ସର୍ବଭାରତୀୟ ମୋବାଇଲ ରିଟେଲର୍ସ ଆସୋସିଏସନ ବା AIMRA ବି ଆଜି କରିବ ପ୍ରତିବାଦ । 

ୟୁପିଆଇ (UPI) କାରବାର ଉପରେ ପ୍ରସ୍ତାବିତ ୦.୪% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଶୁଳ୍କ ଲାଗୁ କରିବା ନିଷ୍ପତ୍ତିକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରୁଛନ୍ତି। ବିଶେଷ କରି ୨,000 ଟଙ୍କାରୁ ଅଧିକ କାରବାର ଉପରେ ଏହି ଦେୟ ଲାଗୁ କରାଯାଉଥିବାରୁ ଏହା ବ୍ୟବସାୟୀଙ୍କ ଉପରେ ଆର୍ଥିକ ବୋଝ ପକାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି‌  ।

ସେହିପରି ,ଓଡ଼ିଶା ବ୍ୟବସାୟୀ ମହାସଂଘ ଏବଂ ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନ୍ (AIMRA) ଭଳି ପ୍ରମୁଖ ସଂଗଠନଗୁଡ଼ିକ ଏହି ଆନ୍ଦୋଳନକୁ ଆହ୍ୱାନ ଦେଇଛନ୍ତି । କଟକ ମାଲଗୋଦାମ ବ୍ୟବସାୟୀ ସଂଘ ତଥା ଉତ୍କଳ ଚାମ୍ବର ଅଫ କମର୍ସ ପକ୍ଷରୁ ଏହି ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହେଉଛି ବ୍ୟବସାୟୀଙ୍କ ଉପରେ ବଡ ପ୍ରହାର । ଏହା ଦ୍ଵାରା ଯେ କେବଳ ବଡ଼ ବଡ଼ ବ୍ୟବସାୟୀ ପ୍ରଭାବିତ ହେବେ ତାହା ନୁହେଁ ବରଂ ମଧ୍ଯମ ବର୍ଗର ବ୍ୟବସାୟୀ ମଧ୍ଯ ଆର୍ଥିକ କ୍ଷତି ସହିବେ। ୨୫୦୦ ଟଙ୍କାର ବ୍ୟବସାୟ କଲେ ୫ ଟଙ୍କା ଲାଭ ମିଳିବ। ସେ କ୍ଷେତ୍ରରେ ୧୨ ଟଙ୍କା କିପରି ଦିଆଯିବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି। ଆସନ୍ତା ୧୫ ଅକ୍ଟୋବରରୁ UPI ରେ ୨,୦୦୦ ଟଙ୍କାରୁ ଅଧିକ ଦେଲେ MDR ନିୟମ ଅନୁସାରେ ଦେୟ ଲାଗିବ ଶୂନ ଦଶମିକ ୪ ପ୍ରତିଶତ ଲାଗିବ। ଏହାକୁ ବିରୋଧ କରୁଛନ୍ତି ବ୍ୟବସାୟୀ ।

Tags: