ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା

ଆଜିଠାରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିଳ । ସାମ୍‌ସ ଓଡ଼ିଶା େୱବ୍‌ ସାଇଟ୍‌ ମାଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନାମ ଲେଖାଇଛନ୍ତି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଅଗଷ୍ଟ ୩୧ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପେଫମ୍ବର ୨ରୁ […]

Samaya Live Picture
Published On

ଆଜିଠାରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିଳ । ସାମ୍‌ସ ଓଡ଼ିଶା େୱବ୍‌ ସାଇଟ୍‌ ମାଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନାମ ଲେଖାଇଛନ୍ତି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେହିପରି ଅଗଷ୍ଟ ୩୧ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପେଫମ୍ବର ୨ରୁ ୫ ଯାଏ ପ୍ରଥମ ମେରିଟ୍‌ ଲିଷ୍ଟରେ ଚୟନ ପ୍ରକ୍ରିୟା ହେବ ଏବଂ ସେପେଫମ୍ବର ୧୧ରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପେଫମ୍ବର ୧୨ରୁ ୧୪ ଯାଏ ଦ୍ୱିତୀୟ ମେରିଟ୍‌ ଲିଷ୍ଟରେ ଚୟନ ପ୍ରକ୍ରିୟା ହେବ ଏବଂ ସେପେଫମ୍ବର ୧୬ରେ ଖାଲି ପଡ଼ିଥିବା ସିଟ୍‌ର ତାଲିକା ପ୍ରକାଶ ପାଇବ ।

ସୂଚନା ଥାଉଯେ, ୨୦୨୨-୨୩ ଶିକ୍ଷାବର୍ଷରେ ୧୦୦୪ କଲେଜର ୨ ଲକ୍ଷ ୪୯ ହଜାର ୩୫୭ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ । କଳା ବିଭାଗରେ ୧ ଲକ୍ଷ ୩୯ ହଜାର ୬୯୭ ସିଟ୍‌ ଥିବା ବେଳେ ଫିଜିକାଲ ସାଇନ୍‌ସରେ ୪୨ ହଜାର ୧୫, ବାୟୋଲୋଜିକାଲ ସାଇନ୍‌ସରେ ୨୬ ହଜାର ୬୦୪, ବାଣିଜ୍ୟରେ ୩୦ ହଜାର ୬୭୫, ସେଲ୍‌ଫ ଫାଇନାନ୍ସିଂ ପାଠ୍ୟକ୍ରମର ୧,୬୬୬ ଓ ସଂସ୍କୃତ ବିଭାଗର ୮,୭୦୦ ସିଟ୍‌ ରହିଛି ।