ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

  ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
Samaya Live News Picture
Published On

ପୁରୀ : ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ  । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କର ବନକଲାଗି ନୀତି ସଂପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।

ସୂଚନାଯୋଗ୍ୟ, ଗତକାଲି ପୁରୀରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଗୋଲାପୀ ହୋଇଗଲା ଆକାଶର ରଙ୍ଗ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଲାପୀ ଆକାଶ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ପୂର୍ବରୁ ମଧ୍ୟ ଆକାଶରଏଭଳି ରଙ୍ଗ ପରିବର୍ତ୍ତନ ଅନେକ ବାର ଦେଖାଦେଇଥିଲା । କିନ୍ତୁ ହଠାତ ଆକାଶର ରଙ୍ଗ ଗୋଲାପୀ ହୋଇଯିବା ସମସ୍ତଙ୍କୁ ଅଭିଭୂତ କରିଥିଲା । ସାଧାରଣତଃ ମଧ୍ୟାହ୍ନରେ ତେଜିଆନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଅନେକ ଥର ଦେଖାଯାଇଥିଲା । ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । କେହି କେହି ଏହାକୁ ଭଗବାନଙ୍କ ଲୀଳା ବୋଲି କହୁଥିବା ବେଳେ କେହି ଏହାକୁ ବିଜ୍ଞାନ କାରଣ ସହ ଯୋଡ଼ିଛନ୍ତି ।

Tags: