ଆଜି ସମସ୍ତ ଶିକ୍ଷାନୁଷ୍ଠାନର ସାମୁହିକ ବନ୍ଦେ ମାତରମ୍‌ ଗାଇଲେ ଛାତ୍ରଛାତ୍ରୀ

ଆଜି ସମସ୍ତ ଶିକ୍ଷାନୁଷ୍ଠାନର ସାମୁହିକ ବନ୍ଦେ ମାତରମ୍‌ ଗାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ବନ୍ଦେ ମାତରମ୍‌ ସଙ୍ଗୀତର ୧୫୦ ତମ ଶତବର୍ଷିକୀ । ଏହି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାନ ହୋଇଥିଲା ବନ୍ଦେ ମାତରମ୍‌  । ସୋମବାର ଦିନ ୧୧ଟା ସମୟରେ ସମସ୍ତ  ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏକାଠି ହୋଇ ଗାଇଛନ୍ତି ବନ୍ଦେ ମାତରମ୍ । ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରିଛନ୍ତି । ସେହିଭଳି ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ଏହାକୁ ମଧ୍ୟ  ସମସ୍ତ ସ୍କୁଲରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଦିବସ ପାଳନ ଲାଗି ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରିଥିଲା।

ସମ୍ବନ୍ଧିତ ଖବର ସଡକ ଦୁର୍ଘଟଣାରେ ୨ ଭାଇ ମୃତ

Tags: