ଆଜି ଚଳନ୍ତି ଭଣ୍ଡାର ଗଣତି ପରେ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ

ଆଜି ଚଳନ୍ତି ଭଣ୍ଡାର ଗଣତି ପରେ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ
Samaya Live News Picture
Published On

ପୁରୀ : ପୁଣି ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଆଜି ଚଳନ୍ତି ଭଣ୍ଡାର ଗଣତି ପରେ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାର ଗଣତିମଣତି । ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ । ଦ୍ୱିତୀୟ ପର୍ଯ୍ୟାୟ ରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯାଉଛି । 

ଗତକାଲି ୨୦ ପ୍ରତିଶତ ଗଣତି ମଣତି ସରିଛି ଚଳିତ ସପ୍ତାହରେ ୪ ଦିନ ଓ ଆସନ୍ତା ସପ୍ତାହରେ ୪ ଦିନ ଗଣତି ମଣତି କରାଯିବ । ଗଣତି ପ୍ରକ୍ରିୟା ବେଳେ ଶ୍ରୀଜିଉଙ୍କ ନୀତିକାନ୍ତି ଅବ୍ୟାହତ ରହିବ । ଭିତରକାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାରକାଠ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଗଣତି ମଣତି ପରେ ୧୯୭୮ ମସିହା ତାଲିକା ସହ ମେଳକ କରାଯିବ । ଏହାପରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ସଂପୂର୍ଣ୍ଣ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡିଓଗ୍ରାଫି ଓ 3 D mapping କରାଯାଉଛି। ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ସରିଛି । ବାହାର ରତ୍ନଭଣ୍ଡାର ଗଣତି ସରି ମେଳକ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ହେବ ।

Tags: