ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଆଜି ଆସୁଛନ୍ତି ଭାରତୀୟ ଟିମ୍ । ଏନେଇ ଏୟାରପୋର୍ଟ ରୁ ହୋଟେଲ ପର୍ଯନ୍ତ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।  ଭୁବନେଶ୍ୱର ରେ ୨୨ପ୍ଲାଟୁନ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ।  ଅନ୍ୟପଟେ ଖେଳାଳି ଙ୍କୁ ସ୍ଵାଗତ ପାଇଁ ହୋଟେଲ ମେ ଫେୟାର ରେ ଜୋରଦାର ପ୍ରସ୍ତୁତି  । 

ସମ୍ବନ୍ଧିତ ଖବର ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଧରି ବର୍ଷା

ସେପଟେ ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ସେ କହିଛନ୍ତି କି ସୁରକ୍ଷାକୁ ନେଇ ସଜାଗ ଅଛି କମିଶନେରେଟ ପୋଲିସ । ବମ୍‌ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ ବୋଲି ପୋଲିସ୍‌ କମିଶନର କହିଛନ୍ତି । ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ । ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍‌ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ ।
ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି କିଛି ଖେଳାଳି ପହଞ୍ଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ । 

ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

ବର୍ତମାନ ସୁଧା ଟିକେଟ୍ କଳାବଜାରୀ ଦେଖିବାକୁ ମିଳି ନାହିଁ। ଟିକେଟ୍ କଳାବଜାରୀ କରୁଥିବା ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କାଲି ଟିକେଟ ବିକ୍ରି ବେଳେ ଲୋକେ ସୁନ୍ଦର ଭାବରେ ଶୃଙ୍ଖଳିତ ସହ ଟିକେଟ କିଣି ନେଇଛନ୍ତି। କମିଶନରେଟ ପୋଲିସକୁ ସହାୟତା କରିଛନ୍ତି ତେଣୁ କଟକ ଲୋକଙ୍କୁ ଧନ୍ୟବାଦ। ଟିକେଟ କମ୍ ଥିବାରୁ ଅନେକ ଲୋକ ଟିକେଟ ପାଇପାରି ନାହାନ୍ତି । ଯେଉଁମାନେ ଟିକେଟ ପାଇଁ ନାହାନ୍ତି ସେମାନେ ଘରେ ରହି ଟେଲିଭିଜନ ମାଧ୍ୟମରେ ଖେଳ ଦେଖିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

ସମ୍ବନ୍ଧିତ ଖବର ୧୦ ଭାରତୀୟ ନାବିକ ଥିବା ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ

 

 

Tags: