ବାଘ - ମଣିଷ ଲଢେଇରେ ବାଘ ର ମୃତ୍ୟୁ
ନରସିଂହପୁର : ବାଘ ଆତଙ୍କ । ମଣିଷ ସହ ରକ୍ତାକ୍ତ ଲଢେଇରେ ବାଘର ମୃତ୍ୟୁ I କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଏବଂ ଯୁବକଙ୍କ ଭିତରେ ଲଢେଇରେ ବାଘର ମୃତ୍ୟୁ ହୋଇଥିବାବେଳେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣକ ଶୁଭ୍ରାଂଶୁ ଭୋଳ ।
ଗତ ବିଳମ୍ବିତ ରାତିରେ ଘର ଭିତରେ ଯୁବକ ଜଣକ ଶୋଇଥିବାବେଳେ ହଠାତ ଘର ଭିତରକୁ ବାଘଟି ପଶିଯାଇ ଯୁବକଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନ ବିଭାଗ ।
Tags:




