୧୨ ଜିଲ୍ଲାରେ ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନର ସମ୍ଭାବନା
ଭୁବନେଶ୍ୱର: ଏପ୍ରିଲ ୧୪: ଦୀର୍ଘ ଦିନ ଧରି ଗ୍ରୀଷ୍ମ ତାତିରେ ଜଳୁଥିବା ରାଜ୍ୟବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିବ । ଉତ୍ତରକୂଳ ଓଡ଼ିଶା ସମେତ ଊତ୍ତର-ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ପାଣିପାଗ ବିଭାଗ ସେହି ସବୁ ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣି ଜାରି କରିଛି । ✔️#୪୪ଡ଼ିଗ୍ରୀ ତାପମାତ୍ରା ସହ #ଝାରସୁଗୁଡା […]
ଭୁବନେଶ୍ୱର: ଏପ୍ରିଲ ୧୪: ଦୀର୍ଘ ଦିନ ଧରି ଗ୍ରୀଷ୍ମ ତାତିରେ ଜଳୁଥିବା ରାଜ୍ୟବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିବ । ଉତ୍ତରକୂଳ ଓଡ଼ିଶା ସମେତ ଊତ୍ତର-ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ପାଣିପାଗ ବିଭାଗ ସେହି ସବୁ ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣି ଜାରି କରିଛି ।
✔️#୪୪ଡ଼ିଗ୍ରୀ ତାପମାତ୍ରା ସହ #ଝାରସୁଗୁଡା ଦେଶର ଉତ୍ତପ୍ତ ସହର
✔️୪୩.୯ଡ଼ିଗ୍ରୀ ସହ #ସୋନପୁର ଦ୍ୱିତୀୟ
✔️ଆଗାମୀ ୨୪ ଘଣ୍ଟାରେ ଉପକୂଳ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାରେ #କାଳବୈଶାଖୀ ସମ୍ଭାବନା
✔️ବିଜୁଳି ଘଡଘଡି ସହ ୩୦ ରୁ #୪୦କିମି ବେଗରେ ପବନ ସମ୍ଭାବନା
— Meteorological Centre, Bhubaneswar (@mcbbsr) April 14, 2022
ସେହି ସବୁ ଜିଲ୍ଲାଗୁଡ଼ିକ ହେଲା-କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ । ତେବେ ଏହି ସବୁ ରାଜ୍ୟରେ ପ୍ରାୟ ୩୦ରୁ ୪୦ କିଲୋମିଟରରେ ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହାଛଡ଼ା କାଳବୈଶାଖୀର ପ୍ରଭାବ ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପଡ଼ିପାରେ ।
ଅନ୍ୟପକ୍ଷରେ, ରାଜ୍ୟର କେତେକ ସ୍ଥାନରେ ଏବେ ବି ତାତି ଜାରି ରହିଛି । ଝାରସୁଗୁଡ଼ାରେ ଆଜି ସର୍ବାଧିକ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିଅସ୍ ରହିଥିଲା ବେଳେ ସୋନପୁରରେ ୪୩. ୯ ଡିଗ୍ରୀ ତାପମାତ୍ରା ରହିଛି ।




