ଟ୍ରକ ଧକ୍କାରେ ୩ ସ୍କୁଟି ଆରୋହୀ ମୃତ

ଟ୍ରକ ଧକ୍କାରେ ୩ ସ୍କୁଟି ଆରୋହୀ ମୃତ

ଢେଙ୍କାନାଳ : ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ । ଢେଙ୍କାନାଳ ସହରର ଉପକଣ୍ଠ ଏନ ଏଚ-୫୫ ଗୋବିନ୍ଦପୁର ନିକଟରେ ଦୁର୍ଘଟଣା ଘଟିଛି । ଗୁରୁବାର ବିଳମ୍ବିତ ରାତ୍ରିରେ ସ୍କୁଟିରେ ଯାଉଥିବା ୩ ଯୁବକଙ୍କୁ ସାମ୍ନାପଟୁ ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା I ଘଟଣାସ୍ଥଳରେ ୩ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା । 

ସମ୍ବନ୍ଧିତ ଖବର ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଯୁବକଙ୍କ ମୃତଦେହ ଉଦ୍ଧାର କରି  ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ସ୍କୁଟିଟି କଟକ ମାହାଙ୍ଗା ଅଂଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । 

ସମ୍ବନ୍ଧିତ ଖବର ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ

ମୃତକ ମାନେ ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗ୍ରାମର ମିଥୁନ ପାତ୍ର, କଟକ ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମର ଜଗନ୍ନାଥ ଦାଶ ଓ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି। ମୃତ ଯୁବକ ଚୌଦ୍ୱାର ଅଂଚଳର ଶକ୍ତି ହୋଟେଲର କର୍ମଚାରୀ ବୋଲି ଜଣାପଡିଛି। 

ସମ୍ବନ୍ଧିତ ଖବର ଆସନ୍ତା କଲି ମିଳିବ ସୁଭଦ୍ରା ଟଙ୍କା

Tags: