ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର ସାଢେ ୪ଟା ସମୟରେ ଝାରପଡା କେନାଲ ରୋଡ଼ରେ ଥିବା ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆପାର୍ଟମେଣ୍ଟରୁ ୨୭ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୨୨ଟି କାର ଜଳିଯାଇଛି । ଆପାର୍ଟମେଣ୍ଟର ତଳ ମହଲାରେ ଥିବା ପ୍ୟାନେଲ ବୋର୍ଡ ରେ ସର୍ଟ ସର୍କିଟ ହେବା ଯୋଗୁଁ ପାଖରେ ଥିବା ଗାର୍ଡ ରୁମ୍ ନିଆଁ ଲାଗି ଯାଇଥିଲା । ପରେ ଦ୍ରୁତ ଗତିରେ ନିଆଁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ । ପ୍ରବଳ ଧୂଆଁ ଯୋଗୁଁ ଆପାର୍ଟମେଣ୍ଟ ବାସିନ୍ଦା ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତଙ୍କୁ ଉଦ୍ଧାରକରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ ।
ମୃତକ ହେଲେ ଜଣେ ସୁରକ୍ଷା କର୍ମୀ ବିଶ୍ବଜିତ ବେହେରା ଏବଂ ସେଠାରେ କେୟାର ଟେକର୍ ଥିବା ତାଙ୍କ ପତ୍ନୀ ସୁଲଭା ବେହେରା। ଅଗ୍ନିକାଣ୍ଡରେ ତାଙ୍କ ନାବାଳିକା ନାତୁଣୀ ଗୁରୁତରହୋଇପଡ଼ିଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟ ସର୍କିଟ୍ରୁ ଏଭଳି ପରିସ୍ଥିତି ଉପୁଜିଥାଇପାରେବୋଲି ଅନୁମାନ କରାଯାଉଛି । ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ତେବେ ଇ- ଗାଡି ଗୁଡିକ ଚାର୍ଜରେ ବସିଥିବାରୁ ଏଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।



