ଶପଥ ନେଲେ ୩ ନବ ନିର୍ବାଚିତ ରାଜ୍ୟସଭା ସାଂସଦ
ଭୁବନେଶ୍ୱର : ଶପଥ ନେଲେ ୩ ରାଜ୍ୟସଭା ସାଂସଦ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ଡକ୍ଟର ସଂତୃପ୍ତ ମିଶ୍ର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ରାଜ୍ୟସଭାରେ ମନମୋହନ ସାମଲଙ୍କର ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ସଂତୃପ୍ତ ମିଶ୍ର । ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି । ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି ।
ପୂର୍ବରୁ ଗୋଟିଏ ଥର ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୬ ରୁ ୨୦୦୨ ଏବଂ ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ କ୍ରମାଗତ ଦୁଇଥର ରାଜ୍ୟସଭା ସଦସ୍ୟ ଥିଲେ ଦିଲ୍ଲୀପ ରାୟ ।
Tags:



