ହୀରାକୁଦର ଆଉ ୩ଟି ଗେଟ୍ ଖୋଲାଗଲା

ହୀରାକୁଦର ଆଉ ୩ଟି ଗେଟ୍ ଖୋଲାଗଲା
Samaya Live News Picture
Published On

ସମ୍ବଲପୁର : ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ପୁଣି ୩ଟି ସ୍ଲୁଇସ୍ ଗେଟ ଖୋଲା ଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲୁଛନ୍ତି । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ବର୍ତ୍ତମାନ ସମୁଦାୟ ୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ବାମପଟେ ୧୧, ଡାହାଣ ପଟେ ୫ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ର ଜଲସ୍ତର ୬୨୯.୫୮ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୩ ହଜାର ୨୩୯ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୪୮ହଜାର ୬୮ କ୍ୟୁସେକ ଜଳ। ୬୩୦ ଫୁଟ ନିକଟରେ ହୀରାକୁଦ ଜଳସ୍ତର ।

ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି । ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ । ମହାନଦୀ ଅବବାହିକାରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ପ୍ରଶାସନ ପକ୍ଷରୁ ପ୍ରାଥମିକ ସତର୍କ ସୂଚନା ଜାରି କରାଯାଇଛି ।

Tags: