ଟ୍ରକ ଧକ୍କାରେ ୩ ମୃତ
ସୋର : ଏମିତି ବି ଆସେ ମୃତ୍ୟୁ ! ରାସ୍ତା ପାର୍ଶ୍ୱରେ ଠିଆ ହୋଇ କଥା ହେଉଥିବାବେଳେ ଟ୍ରକ ଚାପାରେ ୩ ଜଣଙ୍କ ମୃତ୍ୟୁ । ରବିବାର ବିଳମ୍ବିତ ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ହୋଟେଲ ସମ୍ମୁଖରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ସୋର ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ସେହି ଟ୍ରକ ଦେହରେ ୩ ଜଣ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ ।
Tags:




