ବାହାର ରତ୍ନଭଣ୍ଡାରରୁ ୩ରତ୍ନ ଅଳଙ୍କାର ଗାଏବ ! ଥାନାରେ ଏତଲା
ପୁରୀ : ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ତିନି ଗୋଟି ରତ୍ନ ଅଳଙ୍କାର ଗାଏବ । ଅଳଙ୍କାର ହଡ଼ପ ବା ଲୁଟ ଅଭିଯୋଗ କରି ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା । ବାହାର ରତ୍ନଭଣ୍ଡାର ଗଣତିର ଶେଷ ଦିନ ଅର୍ଥାତ୍ ଗତ ୧୧ ଏପ୍ରିଲରେ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପର ଭାଇଜିଂ କମିଟି ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟାରୁ ୩ ଅଳଙ୍କାର ମିସିଂ ହୋଇଥିବା କଥା କହିଥିଲେ । କାଳେ ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି କହିଥିଲେ । ତେବେ ଏହାକୁ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାର କରି ଦୋଷୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଅର୍ଥାତ ୧୯୭୮ରେ ରତ୍ନ ଅଳଙ୍କାର ତାଲିକାରେ ଥିବା ୧୧୮ ପ୍ରକାର ଅଳଙ୍କାର ମଧ୍ୟରୁ ୩ଟି ଅଳଙ୍କାର ମିସିଂ ଥିବା କହିଥିଲେ । ଏବଂ ଅଳଙ୍କାର ବର୍ଦ୍ଧିତ ୨୦୨୬ ଗଣନାରେ ୧୪୭ ପହଞ୍ଚିଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହୋଇଥିବା କଥା ନିଜେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ରତ୍ନ ଅଳଙ୍କାର ଚୋରୀ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀ ଜଗନ୍ନାଥ ସେନା । ରତ୍ନ ହଡ଼ପ ବା ଲୁଟ ହୋଇଛି । ଯଦି ପୋଲିସ ଫେଲ ମାରିଵ ତାହା ହେଲେ ସିବିଆଇର ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦିଆଯାଇଛି ।



