ମର୍ଣ୍ଣିଂ ୱାକ ବେଳେ ଭୟଙ୍କର ଦୁର୍ଘଟଣା, ୩ମୃତ

ମର୍ଣ୍ଣିଂ ୱାକ ବେଳେ ଭୟଙ୍କର ଦୁର୍ଘଟଣା, ୩ମୃତ

ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ ହେଲା କାଳ । ଦ୍ରୁତଗାମୀ କାର ଧକ୍କାରେ ୨ ମହିଳା ପଥଚାରୀଙ୍କ ସମେତ ଜଣେ କାର ଆରୋହୀ ମୃତ । କାର ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ପହଞ୍ଚି ପିପିଲି ଓ କୌଶଲ୍ୟାଗଙ୍ଗ ପୁଲିସ ଛାନଭିନ୍ କରୁଛି।

ସମ୍ବନ୍ଧିତ ଖବର ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସୂଚନାନୁଯାୟୀ, ସୋମବାର ଭୋର୍ ପ୍ରାୟ ସାଢେ ୫ଟା ବେଳେ ଭୁବନେଶ୍ୱର - ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ KEC ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇ ମହିଳା ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଭୁବନେଶ୍ୱରରୁ ପୁରୀ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହେବା ସହ କାରରୁ ଛିଟିକି ପଡି ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତ ମହିଳା ହେଲେ ରୋଜାଲିନ ସାହୁ (୩୬ ବର୍ଷ), ବବିଲତା ସାହୁ (୫୩ ବର୍ଷ)। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିପିଲି ଓ କୌଶଲ୍ୟାଗଙ୍ଗ ପୁଲିସ ଛାନଭିନ୍ କରୁଛି । ୩ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। 

ସମ୍ବନ୍ଧିତ ଖବର ସିବିଏସଇ ଢାଞ୍ଚାରେ ପ୍ରଥମ ଥର +୨ ପିଲା ଦେବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

Tags: