କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ
ଭୁବନେଶ୍ୱର : ହାଇ ଭୋଲ୍ଟେଜ ଡ୍ରାମା ଭିତରେ ସରିଛି ରାଜ୍ୟସଭା ନିର୍ବାଚନ । ବିଜେପିରୁ ୩ ଓ ବିଜେଡିରୁ ଜଣେ ପ୍ରାଥୀ ଯାଇଛନ୍ତି ରାଜ୍ୟସଭା । ତେବେ ରାଜ୍ୟସଭା ନିର୍ବାଚନ ମତଦାନ ବେଳେ ମହଙ୍ଗା ପଡିଲା କ୍ରସ୍ ଭୋଟିଂ । ଏହାକୁ ନେଇ ବିଧାୟକ ମାନଙ୍କ ବିରୋଧରେ କଂଗ୍ରେସ ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ୩ ବିଧାୟକଙ୍କୁ ନିଲମ୍ବିତ କରିଛି କଂଗ୍ରେସ । ଏମାନଙ୍କ ମଧ୍ୟରେ ରହିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ । ଦଳୀୟ ହ୍ବିପ୍ ଉଲ୍ଲଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ସୂଚନା ରହିଛି ।
ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ କଂଗ୍ରେସ ବହିଷ୍କାର କକରିଥିବା ସୂଚନା ମିଳିଛି । ବହିଷ୍କାର କରିବା ଲାଗି AICC ର ଅନୁମତି ଲୋଡ଼ାଯାଇଛି ବୋଲି କହିଛନ୍ତି ଅରବିନ୍ଦ ଦାସ । ଗିରିବାଳାଙ୍କୁ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କଲା କଂଗ୍ରେସ । ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ କି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ। ଗିରିବାଳାଙ୍କୁ ଗତ ପୌର ନିର୍ବାଚନର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ । ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।



