ଅଙ୍ଗନବାଡି ଛାତରୁ ପ୍ଲାଷ୍ଟର୍ ଖସି ୩ ପିଲା ଆହତ

ଅଙ୍ଗନବାଡି ଛାତରୁ  ପ୍ଲାଷ୍ଟର୍  ଖସି ୩ ପିଲା ଆହତ
Samaya Live News Picture
Published On

ବଲାଙ୍ଗୀର : ଟଳିଗଲା ଏକ ବଡ଼ ଅଘଟଣ । ଅଙ୍ଗନବାଡ଼ି ସ୍କୁଲ ଛୁଟି ହେବା ପରେ ଛାତରୁ ଖସିଲା ପ୍ଲାଷ୍ଟର୍ । ତେବେ କିଛି ପିଲା ଖେଳୁଥିବାବେଳେ ତାଙ୍କ ଉପରେ ପ୍ଳାଷ୍ଟର ପଡିବାରୁ ସାମାନ୍ୟ ଆହତ ହୋଇଛନ୍ତି ଛାତ୍ର ଛାତ୍ରୀ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଘରକୁ ନେଇ ଯାଇଛନ୍ତି ଅବିଭାବକ । ଲଗାଣ ବର୍ଷା ଯୋଗୁଁ ଅଙ୍ଗନବାଡି ଛାତରୁ ସିମେଣ୍ଟ ପ୍ଲାଷ୍ଟର୍ ଖସିଥିବାର ଅନୁମାନ କରାଯାଉଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁ ଅନକା ପଞ୍ଚାୟତ କୁର୍ଲି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଅଙ୍ଗନବାଡ଼ିରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ଏହି ଘଟଣା ପରେ ତୁରେକେଲା ଅଙ୍ଗନବାଡି଼ ସିଡିପିଓ ବାସନ୍ତୀ ଭୋଇ ଫୋନ୍ ଯୋଗେ ସୂଚନା ଦେଇ କହିଛନ୍ତି, "ସଂପୃକ୍ତ ଅଙ୍ଗନବାଡି କେନ୍ଦ୍ର ଘରଟି ୩-୪ ବର୍ଷ ପୁରୁଣା । ଲଗାଣ ବର୍ଷା ଯୋଗୁଁ  ଏଭଳି ଅଘଟଣ ଘଟିଛି । 
 

 

Tags: