ଗୋଟିଏ ଦିନରେ ରାଜଧାନୀରୁ ୩ ଶିଶୁ ନିଖୋଜ
ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ୩ଜଣ ଶିଶୁ ନିଖୋଜ । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ । ଏମାନଙ୍କ ବିଷୟରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ଏନେଇ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର ।
ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ସାଲିଆ ସାହି ହାତିଆସୁଣୀର ଶୁଭଶ୍ରୀ ନାୟକ ଏବଂ ଅନ୍ୟ ଜଣେ ନିଖୋଜ ନାବାଳକ ହେଉଛନ୍ତି ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନ । ପ୍ରଦ୍ୟୁମ୍ନଙ୍କୁ ଶେଷଥର ପାଇଁ ଧଉଳି ପାହାଡ଼ ଉପରେ ଦେଖିବାକୁ ମିଳିଥିଲା । ୩ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆର ପୋଷ୍ଟ କରିଛି । ସେପଟେ ଗୋଟିଏ ଦିନରେ ରାଜଧାନୀରୁ ୩ ଶିଶୁ ନିଖୋଜକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଯାହା ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା। ସିସିଟିଭି ଆଧାରରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ଧଉଳି ଓ ନୟାପଲ୍ଲୀ ଥାନା ପୋଲିସ ।



