ହାଇୱା ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ
By: Samaya Live News
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ହାଇୱା ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଆଜି ସକାଳେ ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ତିନି ଜଣ ଯୁବକ ବାଇକରେ ପାହାଳ ଆଡୁ ନିଆଳି ରାସ୍ତା ପଟକୁ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ସମ୍ବନ୍ଧିତ ଖବର ଆଜିଠାରୁ କ୍ୟାନସର ଟୀକା
ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ
Tags:



