ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ମୟୁରଭଞ୍ଜ :  ଓଭରଟେକ୍ ହେଲା କାଳ । ଅସମୟରେ ଲିଭିଗଲା ୩ ଜଣଙ୍କ ଜୀବନଦୀପ । ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ୩ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ । ଟ୍ରକ କୁ ଓଭରଟେକ କରିବାକୁ ଯାଇ ବସ ଚକ ତଳେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ୨ ମୃତକଙ୍କୁ ରାଇରଙ୍ଗପୁର ଡାକ୍ତର ଖାନାକୁ ନେଇଯାଇଥିବା ବେଳେ ଅନ୍ୟଜଣେ ବସ ତଳେ ଚାପି ହୋଇରହିଛନ୍ତି ।

ସମ୍ବନ୍ଧିତ ଖବର ଆଜି ପୌଷ ପୂର୍ଣ୍ଣିମା,ମହାପ୍ରଭୁଙ୍କ ଦେଵାଭିଷେକ ନୀତି

ସୂଚନାନୁସାରେ,ରାଇରଙ୍ଗପୁରରୁ ‘ଶ୍ରୀ ଦୁର୍ଗା’ ନାମକ ଯାତ୍ରୀବାହୀ ବସ ଯଶୀପୁର ଆଡ଼କୁ ଯାଉଥିଲା । ସେହି ସମୟରେ ସମ୍ମୁଖ ପଟରୁ ୩ ଜଣ ଯୁବକ ଏକ ବାଇକରେ ଦ୍ରୁତଗତିରେ ଟ୍ରକ୍‌କୁ ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇ ଚକତଳେ ପଡ଼ିଯାଇଥିଲେ । ବାଇକ୍ ଚାଳକ ବାଇକ୍ ସହିତ ବସ୍ ତଳେ ପଶି କିଛିବାଟ ଘୋଷାଡି ହୋଇଯାଇଥିଲେ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ୩ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ରାଇରଙ୍ଗପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା - ଅନୁ ଗର୍ଗ

 

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Tags: