ଥାନାରେ ଥାର୍ଡ଼ ଡିଗ୍ରୀ , ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ

ଥାନାରେ ଥାର୍ଡ଼ ଡିଗ୍ରୀ , ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ
Samaya Live News Picture
Published On

ବ୍ରହ୍ମପୁର : ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଥାନା ଭିତରେ ଥାର୍ଡ଼ ଡିଗ୍ରୀ ଯୋଗୁଁ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ। ମୃତକ ହେଲେ ସୁଶାନ୍ତ ସାହୁ। ନ୍ୟାୟ ପାଇଁ ଥାନା ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଥାନା ପରିସରରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ସତ୍ୟତା ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଞ୍ଜାମ ଏସପି କହିଛନ୍ତି । ତେବେ ମୃତ ସୁଶାନ୍ତଙ୍କର ପୂର୍ବରୁ ଗ୍ୟାସଟିକ୍ ଥିବାରୁ ସେ ବାନ୍ତି କରୁଥିଲେ ବୋଲି କହିଛନ୍ତି ଏସପି ହରିଶ ବିଶି ।  

ସୂଚନାନୁସାରେ, ବେଆଇନ ପଥର ବ୍ଳାଷ୍ଟିଙ୍ଗ ମାମଲାରେ ସୁବୁଳିଆ ଗାଁର ୩୨ବର୍ଷୀୟ ସୁଶାନ୍ତ ସାହୁଙ୍କୁ । ଥାନାକୁ ଆଣିଥିଲା ପୋଲିସ୍ । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସୁଶାନ୍ତଙ୍କ ସମ୍ପୃକ୍ତି ସନ୍ଦେହରେ ଥାନାକୁ ଆଣିଥିଲା ପୋଲିସ । ୭ଦିନ କାଳ ଥାନାରେ ରଖିବା ପରେ ଗତକାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ହସ୍ତାନ୍ତର କରାଯାଇଥିଲା । ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସୁଶାନ୍ତଙ୍କୁ ପିଟିପିଟି ପୋଲିସ ମାରି ଦେଇଥିବା ଅଭିଯୋଗ କରି ଥାନା ସାମ୍ନାରେ ଧାରଣାରେ ବସିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ । ଘଟଣାକୁ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଗୁରୁତ୍ଵର ସହ ନେଇ ତଦନ୍ତ ପାଇଁ ଗଞ୍ଜାମ ଏସପି ହରିଶ ଵିସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ, ଏହି ମାମଲାରେ HRPC ତଦନ୍ତ କରିବ ବୋଲି ନିର୍ଦେଶ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ  ।
 

 

Tags: