ଥାର୍ଡ଼ ଡିଗ୍ରୀ, ଅବକାରୀ ଏସଆଇ -ଏଏସଆଇ ନିଲମ୍ବିତ

ଥାର୍ଡ଼ ଡିଗ୍ରୀ, ଅବକାରୀ ଏସଆଇ -ଏଏସଆଇ ନିଲମ୍ବିତ
Samaya Live News Picture
Published On

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାରେ ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା । ଅବକାରୀ କମିଶନରଙ୍କ ବଡ଼ ଆକ୍ସନ । ଘଟଣାରେ ସମ୍ପୃକ୍ତ ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟାକାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।

ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଅବକାରୀ କମିଶନର ନିଲମ୍ବିତ କରିଥିବା ନେଇ ସୂଚନା ଦେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ।

ସୂଚନାଯୋଗ୍ୟ, ରାଜନଗର ବାରଦିଆ ଗାଁର ବିନୋଦ ଦାସଙ୍କୁ ଗାଁରୁ ଉଠାଇ ନେଇ ଗାଡି ଭିତରେ ମାଡ଼ ମାରିଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନ୍ୟାୟ ପାଇଁ ବିନୋଦ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । 

 

Tags: