୩-୪ ମାସ ମଧ୍ୟରେ ଶ୍ରୀ ମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା - ମନ୍ତ୍ରୀ

୩-୪ ମାସ ମଧ୍ୟରେ ଶ୍ରୀ ମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର: ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଖୁବ ଶୀଘ୍ର ହେବ ଧାଡି ବ୍ୟବସ୍ଥା । ଶ୍ରୀମନ୍ଦିର ଶ୍ରୀମନ୍ଦିର ପ୍ରଶାସନରେ ଉଚ୍ଚସ୍ତରୀୟ ବୈଠକ ପରେ ଧାଡି ଦର୍ଶନ ଵ୍ୟଵସ୍ଥାନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆସନ୍ତା ୩ରୁ ୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୫ଟି ରାମ୍ପ୍‌ର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ରାମ୍ପ୍‌ରେ ଏକାସାଙ୍ଗରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରତି ଘଣ୍ଟାରେ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏହା ଫଳରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ଦର୍ଶନ ପ୍ରକ୍ରିୟା ଅଧିକ ସହଜ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ପାଇଲଟ୍‌ ମଡେଲ୍‌ ୮ରୁ ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ପାଇଲଟ୍‌ ମଡେଲ୍‌ର ସଫଳତା ଓ ଭକ୍ତଙ୍କ ପ୍ରତିକ୍ରିୟାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  ।

 

Tags: