ପାଗରେ ହେବ ପରିବର୍ତ୍ତନ,୧୩ ରେ ପୁଣି ଏକ ଲଘୁଚାପ

ପାଗରେ ହେବ ପରିବର୍ତ୍ତନ,୧୩ ରେ ପୁଣି ଏକ ଲଘୁଚାପ
Samaya Live News Picture
Published On

ଭୁବନେଶ୍ୱର : ଜଳବାୟୁରେ ପରିବର୍ତ୍ତନ । ରାଜ୍ୟରେ ପୁଣି ବଦଳିବ ପାଗ । କିଛିଦିନର ଶୁଖିଲା ପାଗ  ପରେ ପୁନର୍ବାର ଭିଜିବ ରାଜ୍ୟ  । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ହେବ । ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ କେତେଦିନ ଏବଂ କେଉଁ ସ୍ଥାନରେ ବର୍ଷା ହେବ ସେନେଇ କୌଣସି ଆକଳନ କରାଯାଇ ନାହିଁ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ନଭେମ୍ବର ୧୦ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ସମେତ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ୧୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି ।

 

Tags: