କୋଟିଆ ଓଡ଼ିଶାରେ ଥିଲା ରହିବ - ଆଇନମନ୍ତ୍ରୀ

କୋଟିଆ ଓଡ଼ିଶାରେ ଥିଲା ରହିବ - ଆଇନମନ୍ତ୍ରୀ

ଭୁବନେଶ୍ୱର : କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ସହ ଗଣ୍ଡଗୋଳ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ବଡ଼ ବୟାନ। "କୋଟିଆ ଓଡ଼ିଶାର ଥିଲା, ଓଡ଼ିଶାର ରହିବ। କେହି ବି ସେଥିରେ ରାଜନୈତିକ କାରଣରୁ ଖରାପ ନଜରରେ ଦେଖିବ ତାହାଲେ ଆମେ ଛାଡ଼ିବୁ ନାହିଁ। ଆମର ଯେଉଁ ଜାଗରେ ଅଧିକାର ନାହିଁ ସେଠି ଦ୍ୱନ୍ଦ ସୃଷ୍ଟି କରାଗଲେ କିମ୍ବା ମୋ ଘର ଛାଡି ମୁ ପଡିଶା ଘରେ ରହିବାକୁ ଚେଷ୍ଟା କଲେ ଦ୍ୱନ୍ଦ ହେବ।" 

ସମ୍ବନ୍ଧିତ ଖବର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ସୂଚନାନୁସାରେ,କିଛି ଦିନ ପୂର୍ବରୁ ଆନ୍ଧ୍ର ଅଧିକାରୀମାନେ ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତ ଉପରସେମ୍ବୀ ଏବଂ ଗଞ୍ଜେଇପଦରର ଲୋକଙ୍କ ଆଧାରକାର୍ଡ ଅପଡେଟ୍ କରୁଥିଲେ । ଖବର ପାଇ ଓଡ଼ିଶା ପୁଲିସ ପହଞ୍ଚି ସେମାନଙ୍କୁ ବିରୋଧ କରି ଆନ୍ଧ୍ର ଫେରିଯିବା ପାଇଁ ପରାମର୍ଶ ଦେଇଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ଆନ୍ଧ୍ର ରାସନକାର୍ଡ ଦେଲେ କିଛି ଅସୁବିଧା ନାହିଁ ଏବଂ ସେମାନେ ଆନ୍ଧ୍ର ସହ ଅଛନ୍ତି ବୋଲି ଯୁକ୍ତି କରିବା ପରେ ବାଧ୍ୟ ହୋଇ ପୁଲିସ୍ ଫେରି ଆସିଥିଲା । ଘଟଣା ସାମ୍ନାକୁ ଆସିବା ପରେ  କୋଟିଆ ପଞ୍ଚାୟତ ସଦର ମହକୁମାରେ ପୁଲିସ୍ ପହଞ୍ଚିଥିଲା । ଅଧିକାରୀମାନଙ୍କୁ ବିରୋଧ କରିବା ସହ ସେମାନଙ୍କୁ କୋଟିଆ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ସମ୍ବନ୍ଧିତ ଖବର 'ଡାହାଣୀ' ଶବ୍ଦ ବ୍ୟବହାର ନିଷେଧ ହେଉ ,OHRC ଙ୍କ ଐତିହାସିକ ନିର୍ଦ୍ଦେଶ

ଅନ୍ୟପଟେ,କୋରାପୁଟ ଜିଲା କୋଟିଆ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । କୋଟିଆରେ ବେଆଇନ୍‌ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର ପ୍ରଶାସନ ।

ସମ୍ବନ୍ଧିତ ଖବର ନବୀନ ନିବାସରେ କଳିକେଶଙ୍କୁ ନେଇ ଚର୍ଚ୍ଚା !

ମନ୍ତ୍ରୀ କହିଛନ୍ତି ଆନ୍ଧ୍ର ମାଉସୀ ହୋଇ ସାହାଯ୍ୟ କରୁଛି, ଆମେ ମା ଭଳି କରୁଛୁ । କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । କୋଟିଆର ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେଉଛି, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, କେହି ଅଲଗା କରିପାରିବେନି ବୋଲି କହିଛନ୍ତି ମନ୍ତ୍ରୀ । 

Tags: