ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା - ପଞ୍ଚାୟତିରାଜ ମନ୍ତ୍ରୀ

ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା -  ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ଵର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ୫ମ ଦିନ I ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମେଗା ପାନୀୟ ଜଳ ପ୍ରକଳ୍ପର ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ ଘେରିଲେ ପଞ୍ଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା । ଏବେ ନଳ ବି ଅଛି ଆଉ ଜଳ ବି ଅଛି । 

Read More ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲା। ନୂଆ ସରକାର ବର୍ତ୍ତମାନ ସୁଦ୍ଧା ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପର ୯୦ ପ୍ରତିଶତ କାମ ଶେଷ କରିଛନ୍ତି। ସେମାନେ ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କରିଥିଲେ । ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ । ୨୮,୩୫୦ ନଳକୂପ ବିଜେଡି କରିଥିଲା, ଆମେ ୨୨,୯୬୪ଟି କରିଛୁ। ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍ ଲାଇନ ବିଛାଇଛି।

Read More ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ନହେଉଣୁ କାହିଁକି ଠିକାଦାରମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ହେବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି।

Read More ଜାତିଆଣ ବାସନ୍ଦ ଘଟଣାରେ ୯ ଜଣଙ୍କ ନାଁ ରେ ଥାନାରେ ଏତଲା

ଅନ୍ୟପଟେ ପୂର୍ବ ସରକାରରେ ଯାଜପୁର ଜିଲ୍ଲାରେ ନିର୍ମାଣ ମେଗା ପାନୀୟ ଜଳ ପ୍ରକଳ୍ପର ପୋଲ ଖୋଲିଲେ ଖୋଦ ବିଜେଡି ବିଧାୟିକା ସୁଜାତା ସାହୁ । ପ୍ରଶ୍ନକାଳରେ ଯାଜପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ପ୍ରସଙ୍ଗ ଉଠାଇ ସୁଜାତା କହିଥିଲେ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୨୦୨୨ ରେ ଶେଷ ହେବାର ଥିଲା । କିନ୍ତୁ ତାହା ହୋଇ ପାରିଲା ନାହିଁ । ମନ୍ତ୍ରୀ କେତେ ଜଣ ଠିକାଦାରଙ୍କ ଉପରେ ଆକ୍ସନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟିକା । ସେପଟେ ମାର୍ଚ୍ଚ ୨୦୨୬ ସୁଦ୍ଧା ପାଣି ପହଞ୍ଚାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

Tags: