ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ

ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ଵର : ଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତେଲ ଦରରେ ନିଆଁ। ବ୍ୟାରେଲ ପିଛା ୯୪.୫୧ ଡଲାର ଛୁଇଁଲା ଅଶୋଧିତ ତୈଳ ଦର। ସେପଟେ ଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ ପରେ ରାଜ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ ଲାଗିଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ। ଆମ ପାଖରେ ଯଥେଷ୍ଟ ତେଲ ଅଛି , ଆଦୌ ଅସୁବିଧା ହେବନି। ଋଷ ଠାରୁ ତେଲ ଆଶୁଛି, ତେଲ ନିଅଣ୍ଟିଆ ହେବ ନାହିଁ। କଳାବଜାରୀ ଉପରେ ନଜର ରଖନ୍ତୁ। ଦରକାର ପଡିଲେ ଆକ୍ସନ ନେବୁ। ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ। ଭୟଭୀତ ହୁଅନ୍ତୁ ନାହିଁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। 

 

 

Tags: