ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ - ଡିଜିପି

ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ - ଡିଜିପି
Samaya Live News Picture
Published On

ଭୁବନେଶ୍ୱର : ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ। ଅପରାଧ ଘଟାଇଲେ ସିଧା ଏନକାଉଣ୍ଟର କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ।ସେ କହିଛନ୍ତି ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତି ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି ବୋଲି କହିଛନ୍ତି ପୋଲିସ ଡିଜି ୱାଇ. ବି. ଖୁରାନିଆ । ମବ ଲିଞ୍ଚିଂ ଘଟଣା ପରେ ସବୁ ଥାନାରେ ସକାଳୁ ବ୍ରିଫିଙ୍ଗ ନେଉଛନ୍ତି ଥାନା ଅଧିକାରୀ  ।

କେଉଁଠି କଣ ଘଟଣା ଘଟୁଛି ଥାନା ଅଧିକାରୀ ଜାଣିବା ସହ ଏସପି ଓ ଡିସିପିଙ୍କୁ ଅବଗତ କରାଉଛନ୍ତି  I ଯେଉଁଠି ଚୋରା ଗଞ୍ଜେଇ ଚାଲାଣ ଓ ନିଶା କାରବାର ହେଉଛି ସେମାନଙ୍କୁ ଗିରଫ କରିବା ସହ ଆକ୍ସନ ନେବାକୁ କୁହାଯାଇଛି । ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କରିବାକୁ କୁହାଯାଇଛି । ଅସ୍ତ୍ରଶସ୍ତ୍ର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ।

 

 

Tags: