ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ - ଆଇନମନ୍ତ୍ରୀ

ଏଲପିଜି ବୁକିଂରେ ସମୟ ଟିକେ ବଢ଼ିଛି

ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ  - ଆଇନମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର : ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ । ବିରୋଧୀମାନେ ଅପପ୍ରଚାର କରୁଛନ୍ତି । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସାଧାରଣ ଲୋକଙ୍କ ଉପରେ ଆଞ୍ଚ୍ ଆସିବାକୁ ଦିଆଯିବ ନାହିଁ । ଘରୋଇ ଗ୍ୟାସ୍ ବିକ୍ରୟରେ ବିଶେଷ ଅସୁବିଧା ହେଲାଭଳି ମୋତେ ଲାଗୁନି । ବୁକିଂ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ଆମେ ଭଲରେ ଅଛୁ । ଦେଶ ଗୋଟିଏ ଠିକ୍ ନେତୃତ୍ବଙ୍କ ହାତରେ ଅଛି । ସେଭଳି ଅସୁବିଧା ହେବ ବୋଲି ମୁଁ ଭାବୁନି । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି  ।

ସେପଟେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ, ଏହା ସ୍ୱାଭାବିକ । ସଙ୍କଟ ସମୟରେ ସବୁ ଏକ ହୋଇ ଠିଆ ହୁଅନ୍ତି ।  କ’ଣ ଦରଦାମ୍ ଉପରେ ନିୟନ୍ତ୍ରଣ ଆସିଲା କି ? ମନ୍ତ୍ରୀ ଯଦି କହୁଛନ୍ତି ଦୁଇ ମାସ ଯାଏଁ LPG ମହଜୁଦ ଅଛି, ତେବେ ଲୋକେ ଲାଇନରେ କାହିଁକି ଠିଆ ହେଉଛନ୍ତି ? ଆଗ ଓଡ଼ିଶାର ଅସଲ ସ୍ଥିତି କୁହନ୍ତୁ ସରକାର ।  ପରବର୍ତ୍ତୀ ସମୟର ବିକଳ୍ପ କ’ଣ ? ତାହା ସରକାର ଜଣାନ୍ତୁ । ଆଗରୁNistar Cessଦିଆଯାଉଥିଲା ।  ପାହାଡ଼ିଆ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ, ଜାଳେଣି କାଠ ଯୋଗାଇ ଦିଆଯାଉଥିଲା ।  ତାହା ଏବେ ଯୋଗାଇବାକୁ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି । 

Tags: