ରାଜ୍ୟରେ ନାହିଁ ତୈଳ ସଙ୍କଟ - ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ନେଇ କୌଣସି କଟକଣା କରାଯାଇନାହିଁ । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ ରଖି କିଛି ଟାଙ୍କିରେ କିଛି ନିୟମ କରିଛନ୍ତି । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ରାଜ୍ୟରେ ତେଲର ଅଭାବ ନାହିଁ କିନ୍ତୁ କାଳେ ତେଲ ମିଳିବନି ଲୋକେ ଆଙ୍କିତ ହୋଇ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲଗାଇଛନ୍ତି ।
ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ । କହିଛନ୍ତି , କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ ଦିନରେ ୩୦ ପ୍ରତିଶତ ପେଟ୍ରୋଲ, ଡିଜେଲ ବିକ୍ରି ବଢି ଯାଇଥିବା କହିଛନ୍ତି କମଲ ସିଲ୍ ।



