ରାଜ୍ୟରେ ନାହିଁ ତୈଳ ସଙ୍କଟ - ମୁଖ୍ୟ ଶାସନ ସଚିବ

ରାଜ୍ୟରେ ନାହିଁ ତୈଳ ସଙ୍କଟ - ମୁଖ୍ୟ ଶାସନ ସଚିବ
Samaya Live News Picture
Published On

ଭୁବନେଶ୍ୱର : ତେଲ ସଂକଟକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଥିବାବେଳେ ସଚିବ ଅନୁ ଗର୍ଗ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ରାଜ୍ୟରେ ନାହିଁ ତେଲ ସଙ୍କଟ । ଯେଉଁଠି କିଛି ସମସ୍ୟା ଥିଲା ସୁଧାର ଆସିଛି । ଯିଏ ବି ଗଛିତ ରଖିଛି ସେଠି ଚଢ଼ାଉ ହେଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଦେଖାଯାଉଥିବା ବେଳେ ଏଭଳି କରନ୍ତୁ ନାହିଁ । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ରାଜ୍ୟରେ ତେଲ ସଂକଟ ନାହିଁ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ।

ଅନ୍ୟପଟେ, ବୈଠକ ପରେ IOCL ସିଜିଏମ୍‌ ମଧ୍ୟ ତୈଳ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପେଟ୍ରୋଲ, ଡିଜେଲ୍ ଓ ଏଲ୍‌ପିଜି ପର୍ଯ୍ୟାପ୍ତ ରହିଛି । ରାଜ୍ୟରେ ତୈଳ ସ୍ଥିତି ସ୍ବାଭାବିକ ଅଛି, ନିୟମିତ ସପ୍ଲାଏ ହେଉଛି । ଗୁଜବରେ ଆଦୌ ବିଶ୍ବାସ କରନ୍ତୁ ନାହିଁ ।

Tags: