ଦୀଘା ରୁ ହଟିଲା ଜଗନ୍ନାଥ 'ଧାମ' ଶବ୍ଦ

‘ଜଗନ୍ନାଥ ଧାମ’ ବଦଳରେ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’

  ଦୀଘା ରୁ ହଟିଲା ଜଗନ୍ନାଥ 'ଧାମ' ଶବ୍ଦ
Samaya Live News Picture
Published On

ପଶ୍ଚିମବଙ୍ଗ :  ଧାମ ବିବାଦର ପଡ଼ିଲା ପୂର୍ଣ୍ଣଚ୍ଛେଦ । ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି କୁ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ବଦଳରେ ଏହାକୁ ‘ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଲେଖାଯାଇଛି । ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ଯ ରାଧାମୋହନ ଦାସଙ୍କ ଉପସ୍ଥିତିରେ 'ଧାମ' ଶବ୍ଦ ହଟା ଯାଇଛି । ଓଡ଼ିଶା ସରକାରଙ୍କ ଚିଠି ପରେ ଏହି ନିଷ୍ପତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଦୀଘା ଜଗନ୍ନାଥ ମନ୍ଦିର ନାମରେ ‘ଧାମ’ ଶବ୍ଦ ବ୍ୟବହାରକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ ଏବଂ ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି । ଏହି ପରିପ୍ରେକ୍ଷୀରେ, ଦୀଘା ମନ୍ଦିରକୁ ଏବେ କେବଳ ଜଗନ୍ନାଥ ‘ସଂସ୍କୃତି କେନ୍ଦ୍ର’ ଭାବେ ଅଭିହିତ କରିବାକୁ ନିଷ୍ପତ୍ତି ନିଆଯାଇଛି । 

Tags: