ଚଳିତ ମାସ ଶେଷ ଯାଏଁ ରାଜ୍ୟର ପାଗ ଶୁଖିଲା, କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର : ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୩୧ ତାରିଖ ଆଡ଼କୁ ବଙ୍ଗୋପସାଗର ଅଞ୍ଚଳରୁ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆଜି ପାଗ ଆଂଶିକ ମେଘୁଆ […]
ଭୁବନେଶ୍ୱର : ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୩୧ ତାରିଖ ଆଡ଼କୁ ବଙ୍ଗୋପସାଗର ଅଞ୍ଚଳରୁ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆଜି ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ।
ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣରେ ଏବେ ଦିନର ସର୍ବୋଚ୍ଚ ତାପମାତ୍ରା ହ ୍ରାସ ପାଇଥିବା ବେଳେ ରାଜ୍ୟର ଅବଶିଷ୍ଟ ସ୍ଥାନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଏଥିସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ।
ସେହିପରି ୨୩ଟି ସହରରେ ରାତି୍ର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । କନ୍ଧମାଳ ଓ ଜି.ଉଦୟଗିରିରେ ୧୨.୪ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ବେଳେ ସିମିଳିଗୁଡ଼ା କୋରାପୁଟଠାରେ ୧୨.୯ ଡିଗ୍ରୀ , ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, କୋରାପୁଟରେ ୧୪.୫ ଡିଗ୍ରୀ,ଛତ୍ରପୁରଳ, ସୋନପୁର, ବୌଦ୍ଧ , ଫୁଲବାଣୀଠାରେ ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।
୨୩ସହର ରେ ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ ରେକର୍ଡ !!
କନ୍ଧମାଳ ଜିଲ୍ଲାର #ଜି.ଉଦୟଗିରି ରେ ୧୨.୪ ଡ଼ିଗ୍ରୀ ଏବଂ #ସିମିଲିଗୁଡା କୋରାପୁଟ ଠାରେ ୧୨.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ
ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ, କୋରାପୁଟ ୧୪.୫ ଡ଼ିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ଡ଼ିଗ୍ରୀ ରେକର୍ଡ
— Meteorological Centre, Bhubaneswar (@mcbbsr) October 28, 2022
ଅନ୍ୟପକ୍ଷରେ, ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ଫୁଲବାଣୀଠାରେ ଦୃଶ୍ୟମାନର ଦୂରତା ୨୦୦ ମିଟର ଓ ପାରଳାଖେମୁଣ୍ଡିଠାରେ କୁହୁଡ଼ି ଦୃଶ୍ୟମାନର ଦୂରତା ୭୦୦ ମିଟର ରହିଛି ।




