ପ୍ରଣବଙ୍କ ଫାର୍ମ ହାଉସର ଭାଙ୍ଗିଲା ପାଚେରୀ
By: Samaya Live News
ବାସୁଦେବପୁର : ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର । ଜବର ଦଖଲରେ ଥିବା ଫାର୍ମ ହାଉସ ଜମିକୁ ଉଚ୍ଛେଦ କଲା ପ୍ରଶାସନ । ଫାର୍ମ ହାଉସ ନିକଟରେ ପୁଲିସ୍ ଓ ପ୍ରଶାସନ ପହଞ୍ଚି ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୧ ଏକର ୧୦ ଡ଼ିସିମିଲ ଜମିକୁ ଜବର ଦାଖଲ ମୁକ୍ତ କରିଛି ପ୍ରଶାସନ I ଫାର୍ମ ହାଉସ ଜମି ସହ କିଛି ଘରକୁ ମଧ୍ୟ ଜବର ଦାଖଲ ମୁକ୍ତ କରାଯାଇଛି ।
ସମ୍ବନ୍ଧିତ ଖବର କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ
ସୂଚନାନୁସାରେ, ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୁର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ଫାର୍ମ ହାଉସ ରହିଛି । ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଛେଦ ହେବ ବୋଲି ଜଣା ପଡିଥିଲା। ପ୍ରଣବଙ୍କୁ ନୋଟିସ ପରେ ମାପ ଚୁପ ହୋଇଥିଲା। ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ ।
ସମ୍ବନ୍ଧିତ ଖବର ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୧୧ ନଂ
ସମ୍ବନ୍ଧିତ ଖବର ମହାନଦୀ ଜଳ ବିବାଦ ଆଲୋଚନା ଜାରି ରହିଛି - ମୁଖ୍ୟମନ୍ତ୍ରୀ
Tags:



